ଦିଲ୍ଲୀ ୧୧/୩ : ବାରମ୍ବାର ଭାରତରେ ପାକ୍ ଡ୍ରୋନ୍ ଦେଖିବା ପାଇଁ ମିଳୁଛି । ତେବେ ଭାରତୀୟ ସେନା ମଧ୍ୟ ପାକିସ୍ତାନକୁ ସୀମାରେ କଡ଼ା ଜବାବ ଦେଉଛନ୍ତି । ବିଗତ ୨୪ ଘଂଟା ଭିତରେ ପାକିସ୍ତନାର ୩ଟି ଡ୍ରୋନ୍ ଖାସଇଛି ଭାରତୀୟ ସେନା । ପଞ୍ଜାବର ଫାଜିକ୍କୋରେ ଆଜି ବିଏଏଏଫ ଯବାନମାନେ ପାକିିସ୍ତାନର ଏକ ଡ୍ରୋନକୁ ମାରି ଖସାଇଛନ୍ତି । ଡ୍ରୋନ୍ ସାହାଯ୍ୟରେ କୌଣସି ଲକ୍ଷ୍ୟଭେଦ କରି ବିସ୍ଫୋରଣ କରିବାର ଷଡ଼ଯନ୍ତ୍ର ରଚିଥିବଲା ପାକିସ୍ତାନ । ହେଲେ ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ପୁଣି ମାତ୍ ଦେଇଛନ୍ତି ଭାରତୀୟ ସେନା ।
ଏହାପୂର୍ବରୁ ରାଜସ୍ଥାନର ବିକାନେରରେ ଭାରତୀୟ ସେନା ପାକିସ୍ତାନର ଏକ ଡ୍ରୋନକୁ ମାରି ଖସାଇଥିଲା । ତାଫୁର୍ବରୁ ରାଜସ୍ଥାନର ସୀମାରୁ ଶୀଗଙ୍ଗାନଗରରେ ପଶିଥିବା ପାକିସ୍ତାନର ଡ୍ରୋନକୁ ବାୟୁ ରକ୍ଷା ୱିଙ୍ଗ ଦ୍ୱାରା ଖସାଇ ଦିଆଯାଇଥିଲା ।