ଦେଶ ବିଦେଶ

ପାକିସ୍ତାନ ଉପରେ ଭରସା ନାହିଁ : ଆମେରିକା

Published

on

ୱାସିଂଟନ ୧୩/୬ : ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ପାକିସ୍ତାନକୁ ଭରସା ନାହିଁ । ପାକ୍ କେତେବେଳେ ବି ନିଜ କଥାରୁ ଓହରିପାରେ । ବିଦେଶ ମନ୍ତ୍ରାଳୟର ବିଶେଷ ଅଧିକାରୀ ଏଲିସ୍ ଜି ବେଲ୍ସ ଏସିୟା,ପ୍ରଶାନ୍ତ ଏବଂ ପରମାଣୁ ଅପ୍ରସାର ପାଇଁ ବିଦେଶ ମାମଲାରେ ସଂସଦର ଉପସମିତିକୁ କୁହାଯାଇଛି ଯେ ଲସ୍କର-ଏ-ତୋଏବା ଏବଂ ଜୈସ୍-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ସେ ପର‌୍ୟ୍ୟନ୍ତ ଅନ୍ତଃରାଷ୍ଟ୍ରୀୟ ଶାନ୍ତି ପାଇଁ ବିପଦ ହୋଇରହିବ ଯେଉଁ ପର‌୍ୟ୍ୟନ୍ତ ପାକିସ୍ତାନରେ ସ୍ୱାଧୀନତାର ସହ କାମ କରିବା ପାଇଁ ସକ୍ଷମ ହୋଇପାରିବେ । ସେ ଅପିଲ୍ କରିଛନ୍ତି ଯେ ପାକିସ୍ତାନ ନେତ୍ୱତୃ ଦେଶରେ କାମ କରୁଥିବା ଆତଙ୍କବାଦୀ ସଂଗଠନ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନେବା ଦରକାର ।

Leave a Reply

Your email address will not be published. Required fields are marked *

Trending

Exit mobile version