ନୂଆଦିଲ୍ଲୀ ୨/୫ : ପାକିସ୍ତାନ ପାଳିଥିବା ମସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଛି । ସବୁବେଳେ ପାକିସ୍ତାନ ସପକ୍ଷରେ ମତ ଦେଉଥିବା ଚୀନ ଶେଷରେ ନରମିଛି । କିନ୍ତୁ ଭାରତ ହେଉଥିବା ସାଧାରଣ ନିର୍ବାଚନ ପରେ ମସୁଦକୁ ବିଶ୍ୱ ଆତଙ୍କବାଦ ଘୋଷଣା କରାଯାଉ ବୋଲି ଚାଇନା ଚାହୁଁଥିଲା । ମାତ୍ର ଚୀନର ଏହି ଚାଲାଖି କାମ କରି ନ ଥିଲା । ଶେଷରେ ଆମେରିକା ଦେଇଥିବା ଡେଡ୍ ଲାଇନ୍ରେ ଚୀନ ନିଜର ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲା । ଫ୍ରାନ୍ସ, ଋଷ, ଓ ଇଂଲଣ୍ଡର ଆପୋଷ ସହମତିରେ ଚୀନ୍କୁ ଦିଆଯାଇଥିବା ସମୟର ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଚୀନ ମେ ୧୫ ପର୍ୟ୍ୟନ୍ତ ଯେଉଁ ତାରିଖ ଚାହିଁଥିଲା ସେଥିରେ କେହି ସହମତି ପ୍ରକାଶ କରି ନଥିଲେ । ଶେଷରେ ଆମେରିକା ଏପ୍ରିଲ ମାସରେ ହିଁ ତାରିଖ ଘୋଷଣା କରିଥିଲା । ଚୀନର ୱିଟୋ ପାୱାର ପ୍ରୟୋଗ କରିବାକୁ ଭାରତ କିଛିଟା ବୁଝାମଣା କରିବ ବୋଲି ଆମେରିକାକୁ ସଙ୍କେତ ଦେଇଥିଲା । କିନ୍ତୁ ଏଥିପାଇଁ ସବୁ ପ୍ରସ୍ତାବ ଖାରଜ କରିବାକୁ ଭାରତ ପ୍ରସ୍ତୁତ ନ ଥିଲା ।