ଭୁବନେଶ୍ୱର ୨୦/୬ : ପାଗ ବଦଳିଲା ନିଷ୍ପତି ବଦଳିଲା : ଆସନ୍ତାକାଲିଠାରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ସୂଚନା ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ ସରକାର । ତେବେ ପାଗରେ ପରିବର୍ତ୍ତନ ଯୋଗୁଁ ନିଷ୍ପତି ବଦଳାଇଛନ୍ତି ରାଜ୍ୟ ସରକାର ।
ଖରାଦିନ ଛୁଟି ବଢାଇବା ନିଷ୍ପତି ବଦଳାଇଛନ୍ତି ରାଜ୍ୟ ସରକାର । ୨୬ବଦଳରେ ଜୁନ୍ ୨୧ ଅର୍ଥାତ ଆସନ୍ତାକାଲି ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ପ୍ରାକ ମୌସୁମୀ ବର୍ଷା ଲାଗି ପାଗ ବଦଳିଥିବାରୁ ସ୍କୁଲ ଖୋଲିବାକୁ ସରକାରଙ୍କ ନିଷ୍ପତି ନେଇଛନ୍ତି । ରାଜ୍ୟରେ ଖରା ଛୁଟି ୧୮ତାରିଖ ଯାଏଁ ଥିବା ବେଳେ ଗ୍ରୀଷ୍ମ ଲହରୀ ଜାରିରହିଥିବା ଯୋଗୁଁ ଏହାକୁ ୨୫ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ କିନ୍ତୁ ପାଗରେ ପରିବର୍ତନ ହୋଇଥିବା ଯୋଗୁଁ ୨୬ତାରିଖ ପରିବର୍ତେ ଆସନ୍ତାକାଲି ସ୍କୁଲ ଖୋଲିବ ।