କଟକ ୮/୧୨ : କଟକର ଏକ ପାଣିଟାଙ୍କିରୁ ଶନିବାର ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି । ପୁରୀ ଘାଟ ନିମସାହିର ଏକ ଆପାର୍ଟମେଣ୍ଟ ଟାଙ୍କିରେ ଏହି ଶବ ପଡ଼ିଥିଲା । ତେବେ ଦୁଇଦିନ ପୂର୍ବରୁ ସେ ନିଖୋଜ ଥିବା ସମ୍ପର୍କରେ ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ । ସମ୍ପୃକ୍ତ ଯୁବକ ଜଣକ କଟକ ବାସିନ୍ଦା ଓ ତାଙ୍କ ନାମରେ ଏକ ଗଣ୍ଡଗୋଳ ମାମଲା ରହିଥିଲା ।