ରାଉରକେଲା ୩୧/୩ : ପାଣିରେ ବୁଡ଼ି ଜଣେ ନିଖୋଜ ଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପ୍ରୟାସ ଜାରି ରଖିଛି ।
ସୂଚନା ମୁତାବକ, ରାଉରକେଲା ଟିସ୍କୋ କଲୋନୀରେ ଅଭାବନୀୟ ଘଟଣା ଘଟିଛି । ସେଠାରେ ଥିବା ଏକ ଖାଦାନରେ ଗାଧୋଉଥିବା ଯାଇଥିଲେ ଦୁଇଜଣ । ପୋତାଯାଇ ନଥିବାରୁ ପଥର ଖାଦାନରେ ପାଣି ଅଧିକ ଥିବା ବେଳେ ଗାଧୋଉଥିବା ସମୟରେ ଗୋଡ଼ ଖସିଯାଇଥିଲା । ସେଠାରୁ ଜଣକୁ ଉଦ୍ଧାର କରାଯାଇଛି । ଏବଂ ଅନ୍ୟଜଣେ ନିଖୋଜ ରହିଥିବା ଜଣାପଡ଼ିଛି । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପ୍ରୟାସ ଜାରି ରଖିଛି ।ସେହିପରି କୋଣାର୍କ କୁଶଭଦ୍ରା ନଦୀରେ ଗାଧୋଉଥିବା ବେଳେ ନିଖୋଜ ଅଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର ।