ରାଜ୍ୟ

ପାଣି ସମସ୍ୟା ଉତ୍କଟ : ଧାରଣାରେ ମହିଳା ଶତାଧିକ

Published

on

ଧର୍ମଗଡ ୮/୪ : କଳାହାଣ୍ଡି ଧର୍ମଗଡ ଅଂଚଳରେ ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି । ସ୍ଥାନୀୟ ଅଂଚଳରେ ପିଇବା ପାଣିର ଅସୁବିଧା ହେତୁ ଶତାଧିକ ମହିଳା ଧାରଣାରେ ବସିଛନ୍ତି । ଫଳରେ ବାନେର ମୋଟର-ଜୟପାଟଣା ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ସୂଚନା ମୁତାବକ, ଧର୍ମଗଡ ବାନେର ଅଂଚଳରେ ପିଇବା ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛା । ଅଂଚଳରେ ଏକ କୂଅ ଥିବା ବେଳେ ତାହା ଅପରିଷ୍କାର ଅବସ୍ଥାରେ ପଡିଛି । ଗ୍ରାମରେ ଥିବା ଦୁଇଟି ନଳକୁପ ମଧ୍ୟ ଅଚଳ ହୋଇଛି । ଏହାକୁସଜାଡିବା ପାଇଁ ଗ୍ରାମବାସୀ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ । କିନ୍ତୁ ପ୍ରଶାସନ ତରଫରୁ କୌଣସୀ କାର‌୍ୟ୍ୟାନୁଷ୍ଠାନ ନିଆଯାଇ ନଥିଲା । ଫଳରେ ଆଜି ଶତାଧିକ ମହିଳା ଗରା, ବାଲଟି ଧରି ରାସ୍ତା ରୋକ କରିଛନ୍ତି । ସେମାନେ ମୋଟର-ଜୟପାଟଣା ରାସ୍ତା ଅବରୋଧ କରିଥିଲେ । ଫଳରେ ଶହଶହ ସଂଖ୍ୟାରେ ଗାଡିମଟର ଅଟକି ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version