Nation

ପାଣ୍ଡୋରା ପେପରସର ତଥ୍ୟ ମାଗିଲେଣି ଜଷ୍ଟିସ ଅରଜିତ ପଶାୟତ

Published

on

ଭୁବନେଶ୍ୱର: ଦରିୟାପାରି ବେଆଇନ ଅର୍ଥ କାରବାର ସଂପର୍କିତ ତଥ୍ୟ ପାଣ୍ଡୋରା ପେପର୍ସ ପ୍ରକାଶ ପାଇବା ପରେ ଦେଶରେ କଳାଧନ କାରବାର ସମ୍ପର୍କିତ ଜୁଡିସିଆଲ ସ୍ପେଶାଲ ଇଂଭେସ୍ଟିଗେସନ ଟିମ (ଏସ ଆଇ ଟି) ଏହାର ଖୋଲତାଡ଼ ଆରମ୍ଭ କରିବାକୁ ଆଗେଇ ଆସିଛି।

ଏସଆଇଟିର ଉପାଧକ୍ଷ ଜଷ୍ଟିସ ଅରଜିତ ପଶାୟତ ଏ ସମ୍ପର୍କିତ ତଥ୍ୟ କେନ୍ଦ୍ରୀୟ ପ୍ରତ୍ୟକ୍ଷକର ବୋର୍ଡକୁ  ମାଗିଛନ୍ତି

” ମୁଁ ବିଧିବଦ୍ଧ ଭାବେ ପାଣ୍ଡୋରା ପେପର୍ସ ଉପରେ ପ୍ରତ୍ୟକ୍ଷକର ବୋର୍ଡ କଣ କର୍ଯ୍ୟାନୁଷ୍ଠାନ କରିଛନ୍ତି ବା କରିବାକୁ ଚାହୁଁଛନ୍ତି ତାହା ମାଗିଛି”, ବୋଲି ଜଷ୍ଟିସ ପଶାୟତ କହିଛନ୍ତି।

ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଏମ ବି ସାହା କହିଛନ୍ତି, ” ଏହା ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ପାଣ୍ଡୋରା ପେପର୍ସର ତଥ୍ୟ ଏ ଦେଶରେ କଣ ଚାଲିଛି ତାହା ଦର୍ଶାଉଛି ।”

ପ୍ରକାଶ ଥାଉକି, ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାପରେ କଳାଧନ ସମ୍ପର୍କରେ ତଦନ୍ତ ପାଇଁ ଜୁଡିସିଆଲ ଏସଆଇଟି ୨୦୧୪ ମସିହାରେ ଗଠନ କରିଥିଲେ।

 

Leave a Reply

Your email address will not be published. Required fields are marked *

Trending

Exit mobile version