ଭୁବନେଶ୍ୱର ୨୯/୧୧ : ପାରାଦ୍ୱୀପରେ ଭାରତୀୟ ତୈଳ ନିଗମ (ଆଇଓସିଏଲ୍)ର ପଲିପ୍ରପିଲିନ୍ ପ୍ଲାଂଟରୁ ଆସନ୍ତା ବର୍ଷ ଫେବୃୟାରୀରୁ ଉତ୍ପାଦନ ଆରମ୍ଭ ହେବ । ଏହା ପ୍ରସ୍ତାବିତ ପାରାଦ୍ୱୀପ ପ୍ଲାଷ୍ଟିକ୍ ପାର୍କକୁ କଂଚା ମାଲ୍ ଯୋଗାଇବ । ତେବେ ଏ ପର୍ଯ୍ୟନ୍ତ ପ୍ଲାଷ୍ଟିକ୍ ପାର୍କର କାମ ଆରମ୍ଭ ହୋଇନଥିବାରୁ ପଲିପ୍ରପିଲିନ୍ ପ୍ରକଳ୍ପରୁ ଉତ୍ପାଦିତ କଂଚାମାଲ ଉପଯୋଗ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ । ତେଣୁ ପାରାଦ୍ୱୀପ ପ୍ଲାଷ୍ଟିକ୍ ପାର୍ବ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ଏକ ଚିଠିରେ କହିଛନ୍ତି ଯେ, ପାର୍କ ପ୍ରତିଷ୍ଠା ପାଇଁ କିଭଳି ତୁରନ୍ତ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଉଦ୍ୟମ କରନ୍ତୁ ।
ପାରାଦ୍ୱୀପ ପ୍ଲାଷ୍ଟିକ୍ ପାର୍କରେ ଆଇଓସିଏଲ୍ର ୩୨ କୋଟି ୭୨ ଲକ୍ଷ ଟଙ୍କାର ଅଂଶଧନ ରହିବ । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଏହି ପ୍ଲାଂଟରେ ୪୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ । ରାଜ୍ୟ ସରକାର ଓ ଆଇଓସିଏଲ୍ କିଛିଦିନ ତଳେ ଚେନ୍ନାଇ, କୋଲକାତା, ହାଇଦ୍ରାବାଦ । ଭୁବନେଶ୍ୱରରେ ରୋଡ୍ ଶୋ’ କରି ପାର୍କରେ ପୁଞ୍ଜିନିବେଶ ପାଇଁ ୬ଟି କମ୍ପାନୀଙ୍କୁ ରାଜି କରାଇଥିଲେ