Nation

ପାର୍ଲିଆମେଣ୍ଟର ମୌସୁମୀ ଅଧିବେଶନ ସରିଲା, ବିଜେପି ମନ୍ତ୍ରୀମନେ ଏବେ ବାହାରିବେ ପଦଯାତ୍ରାରେ

Published

on

ନୂଆଦିଲ୍ଲୀ: ପ୍ରବଳ ହଙ୍ଗାମା ଭିତରେ ପାର୍ଲିଆମେଣ୍ଟର ମୌସୁମୀ ଅଧିବେଶନ ଅଚାନକ ଶେଷ ହୋଇଯାଇଛି। ହେଲେ ବିଜେପି ମନ୍ତ୍ରୀମାନକୁ ବର୍ତମାନ ବିଭିନ୍ନ ରାଜ୍ୟରେ ପଦଯାତ୍ରା ଆରମ୍ଭ କରିବାକୁ ହେବ।

ନୂଆ ମନ୍ତ୍ରୀମାନେ ମନ୍ତ୍ରୀ ଭାବେ ଶପଥ ନେବାପରେ ନିଜ ନିଜର ରାଜ୍ୟକୁ ଯାଇପାରିନଥିଲେ। ଶପଥ ଗ୍ରହଣ ଉତ୍ସବ ପରେ ପରେ ପାର୍ଲିଆମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଥିଲା।ଏଣୁ ସେମାନେ ଆଉ ନିଜ ନିଜର ରାଜ୍ୟକୁ ଯାଇପାରିନଥିଲେ। ଅଧିବେଶନ ସରିଲେ ରାଜ୍ୟ ଗସ୍ତ କରିବାର ଯୋଜନା କରିଥିଲେ। ବର୍ତମାନ ସେମାନଙ୍କୁ ନିଜ ରାଜ୍ୟକୁ ଯିବା ପରିବର୍ତେ ଅନ୍ୟ ରାଜ୍ୟରେ ପଦଯାତ୍ରା କରିବାକୁ ପଡିବ।

ବିଜେପି ଦଳ ପକ୍ଷରୁ ସମସ୍ତ ୩୯ ଜଣ  ମନ୍ତ୍ରୀଙ୍କୁ ୨୨ ରାଜ୍ୟରେ’ଜନ ଆଶିର୍ବାଦ ଯାତ୍ରା’ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶର ୧୯ଟି ରାଜ୍ୟର ୩୯ ମନ୍ତ୍ରୀ ଦେଶର ୨୨ ରାଜ୍ୟରେ ୧୪୨ ଦିନରେ ମୋଟ ୧୯,୫୬୭ କିଲୋମିଟର ପଦଯାତ୍ରା କରିବେ। ‘ଜନ ଆଶିର୍ବାଦ ଯାତ୍ରା’ ଦାଇତ୍ଵ ଥିବା ଦଳର ସାଧାରଣ ସମ୍ପାଦକ ତରୁଣ ଚୁଗ ମନ୍ତ୍ରୀମାନଙ୍କ ପାଇଁ ତିନି ଦିନରୁ ସାତ ଦିନର ପଦଯାତ୍ରାର ପ୍ରୋଗ୍ରାମ କରିଛନ୍ତି।

ତେବେ ଅସୁସ୍ଥତା କାରଣରୁ ଓଡିଶାରୁ ନୁଆ କରି ମନ୍ତ୍ରୀ ହୋଇଥିବା ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଏହି ପଦଯାତ୍ରା କାର୍ଯ୍ୟକ୍ରମ ରେ ସାମିଲ ହୋଇ ନାହାନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version