କୋରାପୁଟ ୧୧/୫ : ପାହାଡ ଧସି ୩ ଜଣ ମୃତ୍ୟୁବରଣ କରିଛନ୍ତି । ପଟାଙ୍ଗି ଥାନା ଦଳପତିଗୁଡା ନିକଟ କରଞ୍ଜିଗୁଡା ପାହାଡରେ ଏହି ଅଘଟଣ ଘଟିଛି । ସୂଚନାଯୋଗ୍ୟ, କୋରାପୁଟରେ ଏକ ଅଭାବନୀୟ ଘଟଣା ଘଟିଛି । ପଟାଙ୍ଗି ଥାନା ଦଳପତିଗୁଡା ନିକଟ କରଞ୍ଜିଗୁଡାରେ ଏକ ପାହାଡ ଧସି ଯାଇଛି । ଏହି ଦୁର୍ଘଟଣାରେ ୨ଜଣ ମହିଳାଙ୍କ ସମେତ ଜଣେ ପୁରୁଷ ମୃତ୍ୟୁବରଣ କରିଛନ୍ତି । ଗାଁରୁ ୧୦ ଜଣ ଚୂନମାଟି ଆଣିବା ପାଇଁ ପାହାଡକୁ ଯାଇଥିଲେ । ମାଟି ଖୋଳିବା ସମୟରେ ପାହାଡ ଧସିଯିବାରୁ ୫ଜଣ ପୋତି ହୋଇ ଯାଇଥିଲେ । ୨ଜଣ ମହିଳାଙ୍କ ସହ ଜଣେ ପୁରୁଷଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।