ରାଜଧାନୀ ଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ତୀବ୍ର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ କାରଣରୁ ପାକିସ୍ତାନରେ ବିପୁଳ ପରିମାଣରେ କ୍ଷୟକ୍ଷତି ଘଟିଥିବା ସୂଚନା ସାମ୍ନାକୁ ଆସିବାରେ ଲାଗିଛି। ଭୂକମ୍ପ କାରଣରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭୂକମ୍ପର ଝଟକା ୪ଟା ୩୫ ମିନିଟରେ ଅନୁଭୂତ ହୋଇଥିଲା।
