ମାଲକାନଗିରି ୨/୧୨ : ମାଓବାଦୀଙ୍କ ପକ୍ଷରୁ ରବିବାର ଠାରୁ ମାଲକାନଗିରି ଓ କୋରାପୁଟ ସମେତ ଅନ୍ୟ କେତେକ ସୀମାନ୍ତ ଜିଲ୍ଲାରେ ପିଏଲଜି ଏ ସପ୍ତାହ ପାଳନ ଆରମ୍ଭ ହୋଇଛି । ଫଳରେ ସାଧାରଣ ଜୀବନ ଉପରେ ଏହାର କିଛିଟା ପ୍ରଭାବ ଅନୁଭୂତ ହୋଇଛି । ଏହି ସପ୍ତାହ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ମାଓବାଦୀଙ୍କ ପକ୍ଷରୁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଥିଲା । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କୋ÷ଣସି ସରକାରୀ ବସ୍ ଚଳାଚଳ କରୁନାହିଁ । ପୋଲିସ ପକ୍ଷରୁ ଆନ୍ଧ୍ର ଓ ଛତିଶଗଡ଼ ସୀମାକୁ ସିଲ୍ କରି ଦିଆଯାଇଛି । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ୍ ଜାରି ରହିଛି ।