ଭୁବନେଶ୍ୱର ୪/୧୨ : ସରକାର ଗତକାଲି ଠାରୁ ରାଜ୍ୟରେ ପିଠା (ପିପୁଲ୍ସ ଏମ୍ପାୱାର୍ମେଣ୍ଟ ଏନେବିଲିଂ ଟ୍ରାନ୍ସପରେନ୍ସି ଆଣ୍ଡ ଆକାଉ ବିଲିଟି ଅଫ୍ ଓଡ଼ିଶା ଇନ୍ସିଏଟିଭସ୍) କାର୍ଯ୍ୟକାରୀ କରୁକରୁ ଆଜି ତାହାର ସମୀକ୍ଷା କରି ୩ ମାସ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଡିସେମ୍ବର, ଜାନୁଆରୀ ଓ ଫେବୃଆରୀରେ ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିଲାଗି ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ବ୍ଲକ୍ ସ୍ତରରେ ବିଡ଼ିଓମାନେ ଏହାର ଦାୟିତ୍ୱ ନେବେ । ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପଞ୍ଚାୟତ ସ୍ତରରେ ଏହି ଯୋଜନାକୁ କିଭଳି ସର୍ବସଫଳ କରାଯିବ ସେ ଦିଗରେ ବିସ୍ତୃତ ଆଲୋଚନା କରାଯାଇଛି ।
ସରକାରଙ୍କ ‘ଥ୍ରୀ-ଟି’ ଅନୁଯାୟୀ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ଏହା ‘ଆମ ଗାଁ ଆମ ବିକାଶ’ ଯୋଜନା ଅଧୀନରେ କାର୍ଯ୍ୟ କରିବ । ‘ପିଠା’ର ସଫଳତା ଲାଗି ପ୍ରତିମାସ ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରରେ ଶିବିର ଖୋଲାଯିବ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।