ଭୁବନେଶ୍ୱର ୧/୧ : ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସ୍ଥାନୀୟ ବିଧାୟକ ତଥା କୃଷୀମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚ୍ଚା ଅଟଳ ରହିଛି । ତାଙ୍କ ବିରୁଦ୍ଧରେ କୋ÷ଣସି କାର୍ଯ୍ୟାନୁଷ୍ଠନ ନନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ୍ ରହୁଥିବା ପ୍ରତିବାଦରେ ମୋର୍ଚ୍ଚାର କର୍ମୀମାନେ ନୂଆ ବର୍ଷରେ ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଥିଲେ । ତେବେ ପୋଲିସ ସେମାନଙ୍କୁ ଏରୋଡ୍ରମ ଛକରେ ଅଟକାଇ ଆଗକୁ ଯିବା ପାଇଁ ଦେଇନଥିଲା । ଫଳରେ ସେଠାରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ମହିଳା ମୋର୍ଚ୍ଚାର ଅନେକ କର୍ମୀଙ୍କୁ ସେଠାରୁ ଗିରଫ କରିଛ । ମୋର୍ଚ୍ଚାର ନେତ୍ରୀମାନେ ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।