କଟକ ୩୧/୧୨ : ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୋମବାର କ୍ରାଇମବ୍ରାଂଚ ଅଫିସ ଘେରାଉ କରାଯାଇଛି । ମୋର୍ଚ୍ଚାର ଦୁଇ ଶହରୁ ଉଦ୍ଧ୍ୱର୍ କର୍ମୀ ଅଫିସ ଆଗରେ ବିକ୍ଷୋଭ କରିବା ସହିତ କ୍ରାଇମବ୍ରାଂଚ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ଅଫିସ ଭିତରକୁ ଧସେଇ ପଶିବା ପାଇଁ ବିକ୍ଷୋଭକାରୀମାନେ ଉଦ୍ୟମ କରିବା ବେଳେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ପୋଲିସ ମହିଳାମୋର୍ଚ୍ଚାର ଶତାଧିକ କର୍ମୀଙ୍କୁ ଅଟକ ରଖିଛି । ଆନ୍ଦୋଳନକାରୀମାନେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ନିକଟରେ କୋର୍ଟ ପକ୍ଷରୁ ୨ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବବରୁ ଖଲାସ କରିଦିଆଯିବା ପରେ ଏ କ୍ଷେତ୍ରରେ କ୍ରାଇମବ୍ରାଂଚର ଦକ୍ଷତା ନେଇ ବିଜେପି ସହ ବିଭିନ୍ନ ସଂଗଠନ ପ୍ରଶ୍ନ ଉଠାଇଛନ୍ତି ।