ଅପରାଧ

ପିପିଲି ଗଣଦୁଷ୍କର୍ମ ମାମଲା : ହାଇକୋର୍ଟ ଯିବ କ୍ରାଇମବ୍ରାଂଚ

Published

on

ଭୁବନେଶ୍ୱର ୨୫/୧୨ : ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଖଲାସ ହୋଇଥିବାରୁ ତାହା ବିରୁଦ୍ଧରେ କ୍ରାଇବ୍ରାଂଚ ହାଇକୋର୍ଟ ଯିବ । ଏହି ସୂଚନା ଦେଇଛନ୍ତି କ୍ରାଇବ୍ରାଂଚର ଓକିଲ କାମଦେବ ତ୍ରିପାଠୀ । ସେ କହିଛନ୍ତି ଯେ, ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ବହୁ ପ୍ରମାଣ ରହିଛି । ସୂଚନାଯୋଗ୍ୟ ଯେ, ଅତିରିକ୍ତ ଜିଲ୍ଲା ଦୋ÷ରାଜଜ କୋର୍ଟ ଗତ ସୋମବାର ଦିନ ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନକୁ ଖଲାସ କରିଦେଇଥିଲେ । ୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ଜଣେ ନାବାଳିକାଙ୍କୁ ପ୍ରଶାନ୍ତ ଓ ସୁକାନ୍ତ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ପୀଡିତା ଜଣକ ହସ୍ପିଟାଲରେ ପ୍ରାଣ ହରାଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version