କଟକ ୨୮/୧ : ରାଜ୍ୟରେ ପ୍ରବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ଉପରେ ସ୍ୟାଟ ରହିତାଦେଶ ଜାରି କରିଛନ୍ତି । ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପକ୍ଷରୁ ହୋଇଥିବା ପରୀକ୍ଷାରେ ୧୨ ଜଣ କୃତକାର୍ଯ୍ୟ ହୋଇଥିଲେ । ସେଥିମଧ୍ୟରେ ମାତ୍ର ୪ ଜଣ ମହିଳା ଥିଲେ । ଏହି ପରୀକ୍ଷା ନିୟମ ଅନୁଯାୟୀ ହୋଇନଥିବା ଅଭିଯୋଗ କରି କେତେକ ପ୍ରାର୍ଥୀ ସ୍ୟାଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ସ୍ୟାଟ ରହିତାଦେଶ ଜାରି କରିଛନ୍ତି ।