ବରଗଡ଼ ୧୨/୧୨ : ବରଗଡ଼ ଜିଲ୍ଲା ପଦ୍ମପୁର ଅଂଚଳରେ ରକ୍ତମୁଖା ପୁଅର ମାଡ଼ରେ ବାପର ମୃତ୍ୟୁ ଘଟିଛି । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଜଗଦଳପୁର ଥାନା ଅନ୍ତର୍ଗତ ବିଜୋରଭଟ୍ଟା ଗାଁରେ । କୋ÷ଣସି କଥାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ବଡ଼ ଧରଣର ପାଟିତୁଣ୍ଡ ହୋଇଥିଲା । ଏଥିରେ ପୁଅ ହଠାତ୍ ରାଗିଯାଇ ଏକ ଠେଙ୍ଗାରେ ବାପକୁ ପିଟିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଦିଲ୍ଲୀପ ଭୋଇ ନାମକ ଏହି ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।