ଅପରାଧ

ପୁଅ ହାତରେ ମା’ର ଜୀବନ ଗଲା

Published

on

ଡେରାବିଶ ୨୨/୧୨ : ଘରୋଇ କଳିକୁ ନେଇ ଜଣେ ଯୁବକ ନିଜ ମା’ଙ୍କୁ ହତ୍ୟା କରିଛି । ଡେରାବିଶ ଅଂଚଳର ଦୁମୁକା ଗ୍ରାମରେ ଏଭଳି ଏକ କାଣ୍ଡ ଘଟିଛି । ଏହି ଯୁବକ ନାମ ହେଲା କମଳାକାନ୍ତ କାଣ୍ଡି । କମଳାକାନ୍ତଙ୍କ ଭଉଣୀ କୋ÷ଣସି କାରଣରୁ ଶାଶୁ ଘର ଛାଡି ବାପଘରେ ରହୁଥିବାରୁ ଏହାକୁ ନେଇ ମା’ ପୁଅଙ୍କ ମଧ୍ୟରେ ମଝିରେ ମଝିରେ ଝଗଡ଼ା ଲାଗି ରହୁଥିଲା । ଏହି ଘଟଣାକୁ ପୁଣିଥରେ ଗତକାଲି ନେଇ ମା’-ପୁଅଙ୍କ ମଧ୍ୟରେ ଜୋରସୋର ପାଟିତୁଣ୍ଡ ହୋଇଥିଲା । ଫଳରେ କମଳାକାନ୍ତ ନିଜ ମା’ ତୁଳସୀଙ୍କୁ ନିସ୍ତୁକ ପିଟିଥିଲା । ସଙ୍କଟାପନ୍ନ ଅବସ୍ଥାରେ ତୁଳସୀଙ୍କୁ କେନ୍ଦ୍ରାପଡା ସଦର ହସ୍ପିଟାଲରେ ଭତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ କମଳାକାନ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version