ଦେଶ ବିଦେଶ

ପୁଞ୍ଚ ସେକ୍ଟରରେ ବିସ୍ଫୋରଣ : ଜଣେ ଯବାନ ସହିଦ

Published

on

ପୁଞ୍ଚ ୨୨/୫ : ପୁଂଚ୍ ସେକ୍ଟରରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ୭ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।
ଅଧିକାରୀଙ୍କ କହିବାନୁସାରେ, ଆଜି ପୁଚ ଜିଲ୍ଲାର ମେଢର ଅଂଚଳରେ ଥିବା ଏଲଓସି ପାଖରେ ଏକ ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଅନ୍ୟ କେତେଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ଯେଉଁ ସମୟରେ ଏହି ବିସ୍ଫୋରଣ ହୋଇଥିଲା ସେତେବେଳେ ୧୨ ମାଡ୍ରାସ ରେଜିମେଂଟର ଏକ ପେଟ୍ରୋଲିଂ ଦଳ ସେହି ରାସ୍ତା ଅତିକ୍ରମ କରୁଥିଲେ । ଏହି ବିସ୍ଫୋରଣରେ ୭ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ସେନା ମେଡିକାଲରେ ଭର୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version