ଅପରାଧ

ପୁଞ୍ଜିଲାଲ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Published

on

ଭୁବନେଶ୍ୱର ୧୭/୨ : ଜେଲରେ ଅନଶନ କରି ଅସୁସ୍ଥ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ । ଅସୁସ୍ଥ ପୁଂଜିଲାଲ ମେହେରକୁ ଗତକାଲିଠାରୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ପୁଂଜିଲାଲର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ପରୀକ୍ଷା ନୀରିକ୍ଷା କରାଯାଇଛି । ଆଜି ତାର ସବୁ ରିପୋର୍ଟ ଆସିବା ପରେ ସେ ଡାକ୍ତରଖାନାରେ ରହିବ ନା ପୁଣି ଜେଲକୁ ଯିବ ନେଇ ନିଷ୍ପତି ନିଆଯିବ । ପାଟଣାଗଡ ସବଜେଲରୁ ବଲାଙ୍ଗୀର ମୁଖ୍ୟଜେଲକୁ ସ୍ଥାନାନ୍ତର ହେବା ଦିନଠାରୁ ଖାଦ୍ୟ ଖାଉନି ପୁଂଜିଲାଲ । ଅନଶନ କରି ସେ ଅସୁସ୍ଥ ହୋଇ ପଡିଛି । ଡାକ୍ତରଖାନାରେ ଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ପୁଂଜିଲାଲ । କହିଛନ୍ତି ତାଙ୍କୁ ଫେସଇ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୮ ତାରିଖ ବଲାଙ୍ଗୀର ଜେଲ୍‌କୁ ଆସିବା ଦିନରୁ ପୁଞ୍ଜିଲାଲ ଅନଶନ ଜାରି ରଖିଛି। ପୁଞ୍ଜିଲାଲ ଖାଦ୍ୟ କିଛି ଗ୍ରହଣ କରୁନଥିବାବେଳେ କେବଳ ଗ୍ଲୁକୋଜ ପାଣି ପିଉଛି। ବୁଧବାର ସଂଧ୍ୟା ସମୟରେ ସ୍ୱାସ୍ଥ୍ୟାବସ୍ଥା ଟିକିଏ ବିଗିଡିବାରୁ ତାକୁ ଜେଲ୍‌ ଭିତରେ ଥିବା ହସପିଟାଲରେ ଭର୍ତ୍ତି କରାଯାଇ ସାଲାଇନ ଦିଆଯାଇଥିଲା । କିଛିଦିନ ତଳେ ପୁଞ୍ଜିଲାଲକୁ ପାଟଣାଗଡ଼ରୁ ବଲାଙ୍ଗୀର ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ତାକୁ ଜେଲ୍‌ର ଏକ ସ୍ବତନ୍ତ୍ର ସେଲ୍‌ରେ ଏବଂ ସିସିିଟିଭି ନଜରରେ ରଖାଯାଇଛି। ତେବେ, ଜେଲ୍‌ରେ ପହଞ୍ଚିବା ପରଠାରୁ ସେ ଅନଶନ ଚଳାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version