ଦେଶ ବିଦେଶ

ପୁଣି ଆଗତ ହୋଇପାରିଲାନି ତିନ ତଲାକ ବିଲ

Published

on

ନୂଆଦିଲ୍ଲୀ ୨/୧ : ହଟ୍ଟଗୋଳ ରାଜ୍ୟସଭାରେ ବୁଧବାର ବି ୩ ତଲାକ ବିଲ୍ ଆଗତ ହୋଇପାରିଲା ନାହିଁ । ବୁଧବାର ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ବିଲ୍ରେ ସଂଶୋଧନ ଦାବି କରି କଂଗ୍ରେସ ଓ ଅନ୍ୟକେତେକ ଦଳ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ । ଏଭଳି ହଟ୍ଟଗୋଳ ମଧ୍ୟରେ କାର୍ଯ୍ୟ ଅଚଳ ହୋଇପଡ଼ିଥିଲା । ଅଧ୍ୟକ୍ଷ ଗୃହକୁ ୩ ଥର ମୁଲତବୀ ରଖିବା ପରେ ବି ପରିସ୍ଥିତିରେ କୋ÷ଣସି ଉନ୍ନତି ଘଟିନଥିଲା । ଫଳରେ ଗୃହକୁ ଗୁରୁବାର ପର୍ଯ୍ୟନ୍ତ ଦିନକ ପାଇଁ ମୁଲତବୀ ରଖାଯାଇଥିଲା । ବିଲ୍ଟିକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିରୋଧୀ ଦଳ ଜିଦ୍ ଧରି ପାଟିତୁଣ୍ଡ କରିଥିଲେ । ପୂର୍ବରୁ ୩ ତଲାକ ବିଲ୍ ଲୋକସଭାର ଅନୁମୋଦନ ଲାଭ କରିସାରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version