ରାଜ୍ୟ

ପୁଣି ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ପିଟିଲେ ଗ୍ରାମବାସୀ

Published

on

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ ପିଲା ଚୋରି ଅଭିଯୋଗ ହୋଇଛି । ପିଲା ଚୋରି ସଦେହରେ ଲୋକମାନେ ଆଇନକୁ ହାତକୁ ନେବାକୁ ପଛାଉ ନାହାନ୍ତି । ପୁଣି ନୂଆଗାଁ ବ୍ଲକ ମେନମେନା ପଞ୍ଚାୟତରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଗ୍ରାମବାସୀ । ଆଜି ସକାଳେ ଜଣେ ଯୁବକଙ୍କୁ ଦେଖିଥିଲେ ଗ୍ରାମବାସୀ । ତାହା ଉପରେ ସନ୍ଦେହ କରି ନିସ୍ତୁକ ମାଡ ମାରିଥିଲେ । ଏହା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ । ଗତ କାଲି ମଧ୍ୟ ରାତିରେ ପିଲା ଚୋର ସନ୍ଦେହରେ ନୂଆଁ ଗାଁ ବ୍ଲକର କୋକେରମାରେ ଜଣେ ଯୁବକଙ୍କୁ ଗାଁ ଲୋକେ ନିସ୍ତୁକ ମାଡ ମାରିଥିଲେ । ଲୋକମାନେ ଯୁବକକୁ ୪ ଘଣ୍ଟା ଅଟକ ରଖିବା ପରେ ଛାଡିଥିଲେ । ଯୁବକ ଜଣକ ଝାଡଖଣ୍ଡର ହୋଇଥିବା ବେଳେ ସେ ମାନସିକ ବିକୃତ ବୋଲି ଜଣା ପଡିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version