ନୂଆଦିଲ୍ଲୀ: ଗତ ସପ୍ତାହରେ ସୁପ୍ରିମକୋର୍ଟ କୋଲେଜିଅମ ହାଇକୋର୍ଟର ପାଞ୍ଚ ଜଣ ମୁଖ୍ୟ ବିଚାରପତି ଓ ୨୮ ବିଚାରପତିଙ୍କ ବଦଳି ପାଇଁ ନିଷ୍ପତ୍ତି ନେଇଥିଲେ। ଏହାଛଡା ଆଠଜଣ ନୂଆ ବିଚାରପତିଙ୍କ ମଧ୍ୟ ନିଯୁକ୍ତି ହେବ। ତେବେ ୨୮ ଜଣ ବିଚାରପତିଙ୍କ ମଧ୍ୟରୁ ୨୫ ଜଣଙ୍କ ପୋଷ୍ଟିଂ କଥା ପ୍ରକାଶ ପାଇଛି। ଆଉ ତିନି ଜଣଙ୍କର ବଦଳି ବିଷୟରେ କୋଲେଜିଅମ ନିଷ୍ପତି ନେବ। ଏହା ଛଡା ନୂଆ ବିଚାରପତି ମାନଙ୍କର ମଧ୍ୟ ପୋଷ୍ଟିଂଗ ହେବ।
କଲିକତା ହାଇକୋର୍ଟର ବିଚାରପତି ସୌମେନ ସେନ ଓ ଅରିନ୍ଦମ ସିନହାଙ୍କ ଓଡିଶା ହାଇକୋର୍ଟକୁ ବଦଳି ହୋଇଛି।
ରାଜସ୍ଥାନ ହାଇକୋର୍ଟର ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କର ତ୍ରିପୁରା ହାଇକୋର୍ଟକୁ ବଦଳି ହୋଇଛି।