ଦେଶ ବିଦେଶ

ପୁଣି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ପାକକୁ ଉଚିତ ଜବାବ ଦିଆଯିବ : ଆମେରିକା

Published

on

ନୂଆଦିଲ୍ଲୀ ୨୧/୩ : ଭାରତ ଉପରେ ଆକ୍ରମଣ ହେଲେ ସୃଷ୍ଟି ହେବ ଜଟିଳ ପରିସ୍ଥିତି । ହ୍ୱାଇଟ ହାଉସର ଜଣେ ଅଧିକାରୀ ଆଜି ଏନେଇ ଗଣମାଧ୍ୟମକୁ କହିଛନ୍ତି । ନିଜ ନାମ ନ କହିବା ସର୍ତରେ ସେ କହିଛନ୍ତି ଯେ, ଯଦି ପାକ୍ ଆତଙ୍କବାଦ ଉପରେ ରୋକ ନ ଲଗାଏ ତେବେ ଇସଲାମାବାଦ ଉପରେ ଭାରି ପଡିବ । ଲଶ୍କର-ଏ-ତୋଏବା, ଜୈଶ-ଇ-ମହମ୍ମଦ ଭଳି ଆତଙ୍କୀ ସଂଗଠନ ବିରୋଧରେ ପାକ୍ କାର‌୍ୟ୍ୟାନୁଷ୍ଠାନ ନେଉ । ନେହେଲେ ପୁଣି ଉତେଜନା ବୃଦ୍ଧି ପାଇବ । ବର୍ତମାନ ପାକିସ୍ତାନ ବାଲାକୋଟ ଆକ୍ରମଣ ପରେ ଯାହା କାର‌୍ୟ୍ୟାନୁଷ୍ଠାନ ନେଇଛି ତାହାକୁ ଏବେଠାରୁ ଆକଳନ କରିବା ଠିକ୍ ନୁହେଁ । କେବଳ କିଛିଜଣଙ୍କୁ ଗିରଫ କରିଛି ପାକିସ୍ତାନ । ଯଦି ପୁଣି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ପାକକୁ ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version