ବଲାଙ୍ଗୀର,୨୫/୦୨:ଆଜି ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଆଜି ବଲାଙ୍ଗିରରେ ଦ୍ୱିତୀୟ ଭାଷା ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି ।ଚଳିତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରୁ ଏହି ଭାଇରାଲ ପରମ୍ପରା ଆରମ୍ଭ ହୋଇଥିଲା । ପରୀକ୍ଷା ସରିବାର ୧୫ ମିନିଟ ପୂର୍ବରୁ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା ପ୍ରଶ୍ନପତ୍ର । ନୂଆପଡା, ଢେଙ୍କାନାଳ, କନ୍ଧମାଳ ଏବଂ ଜୟପୁରରୁ ଏହି ଅଭିଯୋଗ ଆସିଥିଲା । ଯାହା ମାଧ୍ୟମିକ ଶିକ୍ଷା ପରିଷଦର ଅବ୍ୟବସ୍ଥାକୁ ପଦାରେ ପକାଇଥିଲା । ଏହାପରେ ଏହି ଘଟଣାରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଘଟଣାରେ ସଂପୃକ୍ତି ଅଭିଯୋଗରେ ୧୧ଜଣ ଅଧିକାରୀଙ୍କୁ ନିଳମ୍ବିତ କରାଯିବା ସହ ୭ଜଣଙ୍କୁ ଗିରଫ କରାଯାଇଥିଲା ।