ପରିବେଶ

ପୁଣି ଲେଉଟିବ କାଳବୈଶାଖୀ

Published

on

ଭୁବନେଶ୍ୱର ୩/୩ : ପୁଣି ଲେଉଟିବ କାଳବୈଶାଖୀ ବର୍ଷା। ଆସନ୍ତା ୪ ଓ ୫ ତାରିଖରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି। ଏହାପରେ ଉତ୍ତର, ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ୬ ତାରିଖ ପର‌୍ୟ୍ୟନ୍ତ ଲାଗିରହିବ। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲକା ବର୍ଷା ହୋଇଛି। ତେଣୁ ସବୁଠି ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର‌୍ୟ୍ୟନ୍ତ ହ୍ରାସ ପାଇଛି। ଅଧିକାଂଶ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ତଳକୁ ଖସି ଆସିଥିବା ଦେଖିବାକୁ ମିଳିଛି। ଏପରିକି ଭୁବନେଶ୍ବର ତାପମାତ୍ରା ୨୯.୭ ଡିଗ୍ରିକୁ ଖସିଛି।

Leave a Reply

Your email address will not be published. Required fields are marked *

Trending

Exit mobile version