ଦେଶ ବିଦେଶ

ପୁନୀତ ଗୁପ୍ତାଙ୍କ ବିରୋଧରେ ୫୦ କୋଟି ଠକେଇ ଅଭିଯୋଗ

Published

on

ଛତିଶଗଡ ୧୬/୩ : ରମଣ ସିଂହଙ୍କ ଜ୍ୱାଇଁଙ୍କ ବିରୋଧରେ ୫୦ କୋଟି ଟଙ୍କାର ଅନିୟମିତତା କରିଥିବା ନେଇ ଅଭିଯୋଗ ଆସିଛି । ଗତକାଲି ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ଥାନାରେ ରୁଜୁ କରାଯାଇଛି । ପୁଲିସ ସୂଚନା ମୁତାବକ, ରମଣ ସିଂହଙ୍କ ଜ୍ୱାଇଁ ପୁନୀତ ଗୁପ୍ତାଙ୍କ ବିରୋଧରେ ୫୦ କୋଟି ଟଙ୍କାର କଥିତ ଆର୍ଥିକ ଅନିୟମିତତା କରିଥିବା ନେଇ ଅଭିଯୋଗ ରହିଛି ।
ତେବେ ମାମଲାକୁ ନେଇ ରାୟପୁରର ଅତିରିକ୍ତି ପୁଲିସ୍ ଅଧିକ୍ଷକଙ୍କ କହିବା କଥା ହେଲା, ଗୁପ୍ତାଙ୍କ ବିରୋଧରେ ଉଭୟ ଠକେଇ ଏବଂ ଟଙ୍କା ହେରଫର ଭଳି ସଙ୍ଗିନ ଅଭିଯୋଗ ରହିଛି । ଡିକେଏସ ମେଡିକାଲର ଅଧିକ୍ଷକ କମଲ କିଶୋର ସହାରେଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି । କମଲଙ୍କ ଅଭିଯୋଗ ଅନୁସାରେ, ଗୁପ୍ତା ନିଜର କାର‌୍ୟ୍ୟକାଳରେ ୫୦ କୋଟି ଟଙ୍କାର କଥିତ ଆର୍ଥିକ ଅନିୟମିତତା କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version