ରାଜନୀତି

ପୁରୀରେ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ

Published

on

ପୁରୀ ୨/୨ : ଜନଜାତିର ବିକାଶ ପାଇଁ କେନ୍ଦ୍ର ସରକାର ଗତ ସାଢ଼େ ୪ ବର୍ଷ ମଧ୍ୟରେ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ବିଜେପି ଜନଜାତି ମୋର୍ଚ୍ଚା ଅଧ୍ୟକ୍ଷ ରାମ ବେରାତ ନେତମ ପ୍ରକାଶ କରିଛନ୍ତି । ଶନିବାର ଏଠାରେ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନକୁ ଉଦଘାଟନ କରି ଶ୍ରୀ ନେତମ କହିଛନ୍ତି ଯେ, ଜନଜାତି ଅଂଚଳରେ ବିଭିନ୍ନ ଯୋଜନା ପହଂଚାଇବା ଲାଗି କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ଏହି ଦୁଇଦିନିଆ ଅଧିବେଶନରେ ବିଜେପି ସଭାପତି ଅମିତ ଶାହା ଆସନ୍ତା କାଲି ଉଦ୍ବୋଧନ ଦେବେ । ଆଜିର ଅଧିବେଶନରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନିଆଲଙ୍କ ସହ ଦେଶ ଓ ରାଜ୍ୟର ବହୁ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏହି ଅଧିବେଶନରେ ଯୋଗ ଦେଇଛନ୍ତି । ଏଥିରେ ଜନଜାତିଙ୍କ ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version