ରାଜନୀତି

ପୁରୀରେ ଭୋଟ ଦେଲେ ଗଜପତି ମହାରାଜା

Published

on

ପୁରୀ ୨୩/୪ : ରାଜା ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଆଉ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ସରକାର ବାଛିବା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଜଗନ୍ନାଥଙ୍କ ପ୍ରଥମ ସେବକ । ତୃତୀୟ ପର‌୍ୟ୍ୟାୟରେ ପୁରୀରେ ନିର୍ବାଚନ ହେଉଥିବା ବେଳେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଭୋଟ ଦେଇଛନ୍ତି । ପୁରୀର ୧୫ ନମ୍ବର ୱାର୍ଡର ଦୋଳମଣ୍ଡପ ସାହି ଉ.ପ୍ରା ବିଦ୍ୟାଳୟର ୧୧୨ ନମ୍ବର ବୁଥରେ ଭୋଟ ଦେଇଛନ୍ତି ଗଜପତି ମହାରାଜା । ନିଜ ସହଧର୍ମିଣିଙ୍କ ସହ ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି ଗଜପତି ମହାରାଜା ।
ଦଳ ଅପେକ୍ଷା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଦେଖି ଗଜପତି ନିଜର ଭୋଟ ଦେଇଥିବା କହିଛନ୍ତି । ଏପରିକି ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତଙ୍କୁ ସାମିଲ ହେବାକୁ ଗଜପତି ମହାରାଜ ସମସ୍ତଙ୍କୁ ନିବେଦନ କରିଛନ୍ତି । କାରଣ ଏହାଦ୍ୱାରା ହିଁ ଦେଶ ଓ ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣ ହେବ ବୋଲି କହିଛନ୍ତି ଗଜପତି ।

Leave a Reply

Your email address will not be published. Required fields are marked *

Trending

Exit mobile version