ପୁରୀ ୧୫/୫ : ପୁରୀବାସୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ । ପ୍ରତି ପରିବାରକୁ ୨.୫ ଲିଟର୍ ଲେଖାଏଁ କିରୋସିନି ପ୍ରଦାନ କରାଯିବ । ୧୦ ଦିନ ଅନ୍ତରରେ ଲୋକଙ୍କ ପାଖକୁ କିରୋସିନି ପହଞ୍ଚିଯିବ । ବିଦ୍ୟୁତ ଯୋଗାଣ ସ୍ୱାଭାବିକ ନହେବା ପର୍ୟ୍ୟନ୍ତ ଲୋକଙ୍କୁ ପାଖରେ କିରୋସିନି ପହଞ୍ଚାଇବେ ସରକାର । ଏହାସହ ପ୍ରତି ପରିବାରକୁ ୫୦ କେଜି ଲେଖାଏଁ ଚାଉଳ ପ୍ରଦାନ କରାଯିବ । ରାସନକାର୍ଡ଼ ନଥିବା ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମଧ୍ୟ ଏହି ସୁବିଧା ମିଳିବ ।
କ୍ଷତିଗ୍ରସ୍ତଙ୍କୁ ମାଗଣାରେ ୧୦ ଲକ୍ଷ କ୍ୟାଣ୍ଡେଲ ଓ ୨ ମାସ ସାନିଟାରୀ ନାପକିନ୍ ବଂଟନ କରାଯିବ । ମୁଖ୍ୟମନ୍ତ୍ରୀ ବାତ୍ୟା ତାଣ୍ଡବରେପୁରୀ ଜିଲ୍ଲାକୁ ବିଦ୍ୟୁତ ଯୋଗାଉଥିବା ୩ ବିଦ୍ୟୁତ ଯୋଗାଣ ଲାଇନ୍ ନଷ୍ଟ ହୋଇଥିଲା । ଆଜି ଗୋଟିଏ ଲାଇନ୍ ସଜଡ଼ା ହୋଇଛି । ବିଦ୍ୟୁତ ପୁନରୁଦ୍ଧାର ପାଇଁ ୧୦ ଲୋକ ଅନବରତ କାମରେ ଲାଗୁଛନ୍ତି । ଅତି ଶୀଘ୍ର ସାରା ଜିଲ୍ଲାରେ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ପାଇଁ ପ୍ରାଣପଣେ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଯେତେ ଶ୍ରୀଘ୍ର ସମ୍ଭବ ପୁରୀ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ଦିଆଯିବ । ପୁରୀ, ନିମାପଡ଼ା, କୋଣାର୍କ ଆଜି ବିଜୁଳି ଆଲୁଅରେ ଆଲୋକିତ ହେବ ।