ଭୁବନେଶ୍ୱର: ପୁରୀ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଟିତ ହୋଇଥିବାରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଲେ।
ମୁଖ୍ୟମନ୍ତ୍ରୀ ଏକ ବିବୃତିରେ, ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା ଆଜି ଶାନ୍ତି ଶୃଙ୍ଖଳାର ସମ୍ପର୍ଣ୍ଣ ହୋଇଥିବା ଏବଂ ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥିବାରୁ ସେବାୟତ,ଶ୍ରୀମନ୍ଦିର ପ୍ରଶାସନ,ଜିଲ୍ଳା ପ୍ରଶାସନ, ପୋଲିସ ପ୍ରଶାସନ,ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀ, ପୁରୀବାସି ତଥା ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।