ରାଜନୀତି

ପୁଲିଂ ଗାଡିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

Published

on

କନ୍ଧମାଳ ୧୭/୪ : କନ୍ଧମାଳ ଫିରିଙ୍ଗିଆ ମୁଙ୍ଗୁନିପଦରରେ ପୁଲିଂ ଗାଡିକୁ ଦୃର୍ବୁତ୍ତ ଜାଳିଦେଇଛନ୍ତି । ପୁଲିଂ କର୍ମଚାରୀଙ୍କୁ ଗାଡିରୁ ଓହ୍ଲାଇ ଗାଡିକୁ ଜାଳିଦେଇଛନ୍ତି ଦୁର୍ବୃତ୍ତ । ସମସ୍ତ ପୁର୍ଲିଂ କର୍ମଚାରୀ ସୁରକ୍ଷିତ ଅଛନ୍ତି । ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।
ସୂଚନା ମୁତାବକ, ଆଜି ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳର ମୁଙ୍ଗୁନିପଦରଠାରେ ମାଓବାଦୀମାନେ ପୋଲିଙ୍ଗ୍ ପାର୍ଟି ଯାଉଥିବା ଗୋଟିଏ ଗାଡ଼ିକୁ ପୋଡ଼ି ଦେଇଛନ୍ତି। ଗାଡ଼ିଟିକୁ ପୋଡ଼ିବା ପୂର୍ବରୁ ଦୁର୍ବୃତ୍ତ ମାନେ ପୋଲିଙ୍ଗ୍ ପାର୍ଟିର ସମସ୍ତ ସଦସ୍ୟଙ୍କୁ ଓହ୍ଲାଇ ଦେଇଥିବା ଖବର ଆସିଛି। ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Trending

Exit mobile version