ରାଜନୀତି

ପୁଲିଂ ଷ୍ଟେସନ୍ ଭିତରେ ରିଗିଂକୁ ନେଇ ଉତ୍ତେଜନା

Published

on

ବରି ୨୯/୪ : ପୁଲିଂ ଷ୍ଟେସନ୍ ଭିତରେ ରିଗିଂକୁ ନେଇ ଉତ୍ତେଜନା । ଏଭଳି ଏକ ଅଭାବନୀୟ ଅଭିଯୋଗ ଆସିଛି ବରି ବିଧାନସଭା ଆସନର ୪ଟି ପୁଲିଂ ଷ୍ଟେସନରୁ । ପୁଲିଂ ଷ୍ଟେସନ୍ ନମ୍ବର ୧୫୮, ୧୬୨, ୧୬୩ ଏବଂ ୧୬୪ରେ ଖୁଲମଖୁଲା ରିଗିଂ ହେଉଥିବା ଅଭିଯୋଗ ହୋଇଛି । ମେଦୁଆକୁଳ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୧୫୮ ନମ୍ବର ପୁଲିଂ ଷ୍ଟେସନ୍, ବେନଜାରପୁର ଜେବି ସ୍କୁଲରେ ହୋଇଥିବା ୧୬୨ ନମ୍ବର ପୁଲିଂ ଷ୍ଟେସନ୍, ରାମପୁର ଏଲବି ନୋଡ଼ାଲ ସ୍କୁଲରେ ହୋଇଥିବା ୧୬୩ ନମ୍ବର ପୁଲିଂ ଷ୍ଟେସନ୍ ଏବଂ ସୁକଳା ନୋଡାଲ ସ୍କୁଲରେ ହୋଇଥିବା ୧୬୪ ପୁଲିଂ ଷ୍ଟେସନରେ ରିଗିଂ ହୋଇଥିବା ନେଇ ଅଭିଯୋଗ ହୋଇଛି  ବରିରେ ବିଧାନସଭା ଆସନର ୪ ଟି ବୁଥରେ ରିଗିଂ ଅଭିଯୋଗ! ଗେଟ୍ ବନ୍ଦ କରି ଜବରଦସ୍ତି ବୁଥ୍ ରିଗିଂର ଅଭିଯୋଗ ଆଣିଲା ବିଜେଡି । ବୁଥ୍ ରିଗିଂ ପରେ ବାହାରେ ପ୍ରବଳ ଉତ୍ତେଜନା ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଚିତ୍ରରୁ ଯାହା ସ୍ପଷ୍ଟ ଜଣାପଡୁଥିଲା- ପୁଲିଂ ଷ୍ଟେସନ୍ ବାହାରେ ଭୋଟର ଅପେକ୍ଷା କରି ରହିଛନ୍ତି । ଆଉ ଗେଟ୍ ବନ୍ଦ କରି ଭିତରେ କିଛି ଲୋକ ଜୋରଜବରଦସ୍ତ ପଶି ରିଗିଂ କରୁଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଏହି ୪ଟି ପୁଲିଂ ଷ୍ଟେସନରେ ପ୍ରବଳ ଉତେଜନା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version