ରାଜ୍ୟ

ପୁଲିସ-ମାଓବାଦୀ ମୁହାଁମୁହିଁ : ୫ ନକ୍ସଲ ମୃତ

Published

on

ଝାଡ଼ଖଣ୍ଡ ୨/୬ : ପୁଲିସ-ମାଓବାଦୀ ମୁହାଁମୁହିଁ । ପ୍ରାଥମିକ ସୂଚନା ଅନୁସାରେ ଏହି ଏନକାଉଂଟରରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୪ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ଆହତ ସୁରକ୍ଷାକର୍ମୀଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଏନକାଉଂଟରରେ ୫ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ରହିଛି । ଆହତ ହୋଇଥିବା ଆଉ ୩ ଜଣ ଯବାନ ଦୁମକା ସଦର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନାଯୋଗ୍ୟ ମାଓବାଦୀଙ୍କ ବିରୋଧରେ ପୋଲିସ୍ ଓ ଯବାନ ମିଳିତ ଅପରେସନ ଚଳାଇଥିିଲେ । ବିଗତ ୩ରୁ ୪ଦିନ ଧରି ମାଓବାଦୀମାନେ ଡେରା ଲଗାଇଥିଲେ । ପ୍ରାୟ ୧୨ରୁ ୧୫ ଜଣ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ ।

Leave a Reply

Your email address will not be published. Required fields are marked *

Trending

Exit mobile version