ପୁଲୱାମା ୧୫/୧୨ : ଜାମ୍ମୁକାଶ୍ମୀରର ପୁଲୱାମା ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ବଡ଼ ଧରଣର ସଂଘର୍ଷ ଘଟିଛି । ଏଥିରେ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି । ପୁଲୱାମାର ଶିରୋନୁ ଗ୍ରାମରେ କେତେକ ଆତଙ୍କବାଦୀ ଛପିଥିବା ସୂଚନା ମିଳିବା ପରେ ନିରାପତ୍ତା ବାହିନୀ ସେଠାରେ ଚଢ଼ାଉ କରିଥିଲା । ସିଆରପିଏଫ୍ ଓ ପୋଲିସ ସେହି ଅଂଚଳକୁ ଘେରାଉ କରି ତଲାସି ଚଳାଇବାବେଳେ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ ହିଜବୁଲ୍ କମାଣ୍ଡର ଜହୁର ଠୋକର ସମେତ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ମଧ୍ୟ ପ୍ରାଣ ହରାଇଛନ୍ତି ।