ଦେଶ ବିଦେଶ

ପୁଲୱାମାରେ ଏନକାଉଣ୍ଟର : ୪ ଆତଙ୍କବାଦୀ ନିହତ

Published

on

ପୁଲୱାମା ୨୯/୧୨ : ଜାମ୍ମୁ କାର୍ଶ୍ମୀରର ପୁଲୱାମା ଜିଲ୍ଲାର ରାଜପୋରା ସହରରେ ନିରାପତ୍ତାବାହିନୀ ସହ ସଂଘର୍ଷରେ ୪ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହି ୪ଜଣ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ସଦସ୍ୟ ବୋଲି ବିଶ୍ୱାସ କରାଯାଉଛି । ନିରାପତ୍ତାବାହିନୀ ସେମାନଙ୍କ ପରିଚୟ ଯାଂଚ କରୁଛି । ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆତଙ୍କବାଦୀମାନେ ଲୁଚିଥିବା ଖବର ମିଳିବା ପରେ ନିରାପତ୍ତାବାହିନୀ ସମ୍ପୃକ୍ତ ଅଂଚଳକୁ ଘେରାଉ କରି ତଲାସି ଆରମ୍ଭ କରିଥିଲା । ଏତିକି ବେଳେ ଆତଙ୍କବାଦୀମାନେ ଅତର୍କିତ ଗୁଳି ଚଳାଇବାରୁ ନିରାପତ୍ତାବାହିନୀ ପକ୍ଷରୁ ପାଲଟା ଗୁଳିମାଡ଼ କରାଯାଇଥିଲା । ଗୁଳି ବିନିମୟ ଶେଷ ହେବାପରେ ନିରାପତ୍ତାବାହିନୀ ସେଠାରୁ ୪ ଅତାଙ୍କବାଦୀଙ୍କ ଗୁଳିବିଦ୍ଧ ମୃତ ଦେହ ଉଦ୍ଧାର କରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version