ଦେଶ ବିଦେଶ

ପୁଲୱାମା ଆକ୍ରମଣ ପାଇଁ ଅମିତଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ

Published

on

ଭୁବନେଶ୍ୱର ୧୫ : ଗତକାଲିର ପୁଲୱାମା ଆକ୍ରମଣରେ ସାରା ଦେଶ ସ୍ତବ୍ଧ । ଦେଶ ପାଇଁ ସହିଦ ହେଲେ ୪୪ ସିଆରପିଏଫ ଯବାନ । ସମସ୍ତ ରାଜନୈତିକ ଦଳ ଏହାକୁ ଘୋର ନିନ୍ଦା କରୁଛନ୍ତି । ଦେଶବାସୀଙ୍କ ମନରେ ମଧ୍ୟ କୋହ ଏବଂ କ୍ରୋଧ ଭରି ହୋଇ ରହିଛି । ଏପରି ସ୍ଥଳେ ଦେଶର ସୁରକ୍ଷା ସମସ୍ତ ରାଜନୈତିକ ଦଳ ପାଇଁ ବଡ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହା ଆଜିର ସମସ୍ତ ରାଜନୈତିକ ବାତିଲ କରିଛନ୍ତି । ଏପରି କି ଅମିତ ଶାହାଙ୍କ ଆଜିର ଓଡିଶା ଗସ୍ତ ମଧ୍ୟ ବାତିଲ ହୋଇଛି ।  ସିଆରପିଏଫ ଉପରେ ହୋଇଥିବା ଏହି ଆକ୍ରମଣକୁ ସାରା ଦେଶ ନିନ୍ଦା କରୁଛନ୍ତି । ରାଜନୈତିକ କାର‌୍ୟ୍ୟକ୍ରମ ମଧ୍ୟ ବାତିଲ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version