ସ୍ପେଶାଲ ରିପୋର୍ଟ

ପୁଲୱାମା ବିସ୍ଫୋରଣ : ଅଖିଳ ଭାରତୀୟ ବ୍ୟବସାୟୀ ସଂଘର ବନ୍ଦ ଡାକରା ୧୮ରେ

Published

on

ଭୁବନେଶ୍ୱର ୧୬/୨ : ପୁଲୱାମାରେ ହୋଇଥିବା ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣକୁ ସାରା ଦେଶ ନିନ୍ଦା କରିଛି । ଏହି ଘଟଣାରେ ଦେଶବାସୀଙ୍କ ମନରେ କ୍ରୋଧ ଏବଂ ଆକ୍ରୋଶ ସୃଷ୍ଟି ହୋଇଛି । ଏହି ଆକ୍ରମଣର ପ୍ରତିବାଦ କରିଛି ବ୍ୟବସାୟୀ ସଂଘ । ଏପରି କି ଆସନ୍ତା ୧୮ ତାରିଖରେ ସଂଘ ବନ୍ଦ ଡାକରା ଦେଇଛି । ସୂଚନାନୁସାରେ, ଗତ ୧୪ ତାରିଖରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ ବସରେ ବିସ୍ଫୋରଣ ହୋଇଥିଲା । ଏଥିରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି । ଯାହା ସାରା ଦେଶକୁ ବିବ୍ରଦ କରି ଦେଇଛି । ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି । ଚାରିଆଡୁ ପ୍ରତିବାଦର ସ୍ୱର ଉଠୁଛି । ପାକିସ୍ତାନ ଏବଂ ଆତଙ୍କବାଦକୁ ବିରୋଧ କରି ପ୍ରଦର୍ଶନ ମଧ୍ୟ କରାଯାଉଛି । ଏଥି ବିରୋଧରେ ସାମିଲ ହୋଇଛି ଅଖିଳ ଭାରତୀୟ ବ୍ୟବସାୟୀ ସଂଘ । ଆସନ୍ତା ୧୮ ତାରିଖରେ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଦେଶର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଏଥିରେ ଆହ୍ୱାନ ଦିଆଯାଇଛି । ବନ୍ଦ ଜରିଆରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version