ଶ୍ରୀନଗର : କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ) ବଡ଼ ବୟାନ ଦେଇଛି ଯେ, ନା ଆମେ ଏହି ଘଟଣାକୁ ଭୁଲିବୁ ନା କ୍ଷମା କରିବୁ। ପ୍ରତିଶୋଧ ନେଇକି ହିଁ ରହିବୁ। ସିଆରପିଏଫ ନିଜର ଟ୍ଵିରଟ ହ୍ୟାଣ୍ଡେଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପାକିସ୍ତାନ ଓ ଆତଙ୍କୀ ପ୍ରତି ନିଜର କଠୋର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏଠାରେ କହି ରଖୁଛୁ ଯେ ଗୋଟିଏ ଦିନ ପୂର୍ବେ ପୁଲଓ୍ଵାମାରେ ହୋଇଥିବା ଆତଙ୍କୀ ହମଲାରେ ସହିଦଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି।। ଏମିତି ସ୍ଥିତିରେ ସିଆରପିଏଫର ଏହି ପ୍ରତିକ୍ରିୟା ବହୁତ ମହତ୍ଵପୂର୍ଣ୍ଣ ରହିଛି।
ସିଆରପିଏଫ ନିଜର ବୟାନ ଜାରି କରିଛି ଯେ ଆମେ ଏହି ବର୍ବର ଘଟଣାକୁ ନା ଭୁଲିବୁ ନା କ୍ଷମା କରିବୁ। ଆମେ ପୁଲଓ୍ଵାମା ହମଲାରେ ନିଜର ସହିଦଙ୍କୁ ସଲାମ କରୁଛୁ ଏବଂ ସହିଦଙ୍କ ପରିଜନ ସହିତ ରହିଛୁ। ଏହି ଜଘନ୍ୟ ହମଲାର ପ୍ରତିଶୋଧ ନିଆଯିବ।
ଏହା ପୂର୍ବରୁ କ୍ୟାବିନେଟ୍ ସୁରକ୍ଷା ସମିତିର ମହତ୍ଵପୂର୍ଣ୍ଣ ବୈଠକର ଏକ କାର୍ୟ୍ୟତକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଆତଙ୍କୀ ବହୁତ ଭୁଲ କରିଛନ୍ତି। ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ସେମାନଙ୍କୁ ମୁହଁତୋଡ଼ ଜବାବ ଦିଆଯିବ। ଏବେ ସିଆରପିଏଫ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପ୍ରତିଶୋଧ ନେବା କଥା କହିଛନ୍ତି।