ଭୁବନେଶ୍ୱର: ପୁର୍ବତନ ବରିଷ୍ଠ ଆଇଏଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।
ପଟ୍ଟନାୟକ କ୍ୟାନ୍ସର ରୋଗରେ ପୀଡିତ ଥିଲେ। ମୁମ୍ବାଇ ଆପୋଲ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ ଆଜି ସକାଳ ୭.୧୫ ରେ ତାଙ୍କର ନିଧନ ହୋଇଥିଲା।
ପଟ୍ଟନାୟକଙ୍କ ମର ଶରୀରକୁ ଆସନ୍ତାକାଲି ମୁମ୍ବଇରୁ ଭୁବନେଶ୍ୱର ଅଣାଯିବ।
ଓଡ଼ିଶା ସରକାରଙ୍କ 1976 ମସିହା ବ୍ୟାଚ ଆଇଏଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ପଦବୀରେ ଅବସର ଗ୍ରହଣ କରିଥିଲେ।ତାଙ୍କ ଚାକିରୀ କାଳରେ ସେ ଅନେକ ଗୁରତ୍ୱପୂର୍ଣ ପଦପଦବୀରେ ରହି ବେଶ ସୁନାମ ଅର୍ଜନ କରିଥିଲେ।