ନୂଆଦିଲ୍ଲୀ ୨୮/୧ : ନବୀନଙ୍କ ରିମୋଟ ମୋଦୀଙ୍କ ହାତରେ ବୋଲି ଗତ ୨୫ ତାରିଖ ଦିନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପୂରା ବକୱାସ ବୋଲି ିକହି ତାହାକୁ ହସରେ ଉଡାଇ ଦେଇଛନ୍ତି । ତାଙ୍କ ଭଉଣୀ ଗୀତା ମେହେଟ୍ଟା ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଥିବା ଘଟଣା ସମ୍ପର୍କରେ ମତାମତ ଦେଇ ସେ କହିଛନ୍ତି ଯେ, ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାର ତାଙ୍କ ଭଉଣୀଙ୍କର ରହିଛି ।