National

ପୂର୍ବତଟ ରେଳପଥର ନୂତନ ପ୍ରମୁଖ ମୁଖ୍ୟ କାର୍ମିକ ଅଧିକାରୀ ତୁଷାର କାନ୍ତି ମଣ୍ଡଳ

Published

on

ଭୁବନେଶ୍ୱର: ଭାରତୀୟ ରେଳବାଇ କାର୍ମିକ ସେବା ୧୯୮୭ ବ୍ୟାଚ୍ ର ବରିଷ୍ଠ ଅଧିକାରୀ ତୁଷାର କାନ୍ତି ମଣ୍ଡଳ ପୂର୍ବତଟ ରେଳପଥର ପ୍ରମୁଖ ମୁଖ୍ୟ କାର୍ମିକ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି I ପୂର୍ବତଟ ରେଳପଥରେ ଯୋଗଦାନ ପୂର୍ବରୁ ମଣ୍ଡଳ ମୁମ୍ବାଇ ସ୍ଥିତ କେନ୍ଦ୍ରୀୟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଭାବେ କାର୍ଯ୍ୟକରିଥିଲେ।  

ପୂର୍ବରୁ ମଣ୍ଡଳ ଗୌହାଟୀ ସ୍ଥିତ ରେଲୱେ ଭର୍ତି ବୋର୍ଡ ରେ କାର୍ଯ୍ୟ କରିଥିବା ବେଳେ ଭାରତୀୟ ରେଳବାଇ ରେ ବିଭିନ୍ନ ପଦ ପଦବୀରେ ମଧ୍ୟ ସୁଚାରୁ ଭାବେ କାର୍ଯ୍ୟ କରିଛନ୍ତି।  ସେ ପୂର୍ବ ରେଳପଥର ହାଓଡ଼ା, ସିଆଲଦା ଓ ମାଲଦା ରେଳମଣ୍ଡଳ ରେ ମଧ୍ୟ କାର୍ଯ୍ୟ କରିଥିଲେ।      

ହାଇଦ୍ରାବାଦ ସ୍ଥିତ ଇଣ୍ଡିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟରେ ସ୍ଟାଟେଜିକ୍ ମ୍ୟାନେଜମେଣ୍ଟ ସମ୍ବନ୍ଧରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଶିକ୍ଷଣ ନେଇଥିବା ବେଳେ ୨୦୦୮ ମସିହାରେ କାନାଡ଼ାସ୍ଥିତ ରଟମ୍ୟାନ ମ୍ୟାନେଜମେଣ୍ଟ ସ୍କୁଲରେ ଆଡ଼ଭାନ୍ସ ମ୍ୟାନେଜମେଣ୍ଟ ପ୍ରଶିକ୍ଷଣ ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version