National

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟ ଠାରେ ସାଇବର ସେଲ ଉଦଘାଟିତ

Published

on

ଭୁବନେଶ୍ୱର: ଡିଜିଟାଲ ତଥ୍ୟ ପ୍ରମାଣ ସଂଗ୍ରହ ଓ ସାଇବର ଅନୁସନ୍ଧାନ ପ୍ରଣାଳୀ ର ପ୍ରୟୋଗ ନିମନ୍ତେ ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ସାଇବର ସେଲକୁ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ପ୍ରମୁଖ ମୁଖ୍ୟ ନିରାପତ୍ତା କମିଶନର ଶ୍ରୀ ରାଜାରାମ, ବିଭାଗୀୟ ପ୍ରମୁଖ, ଡିଆରଏମ, ଖୋର୍ଦ୍ଧାରୋଡ ଶ୍ରୀ ଶଶୀକାନ୍ତ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଉଦଘାଟନ କରିଛନ୍ତି l ଏଥିପାଇଁ ଉଚ୍ଚ ଗୁଣବତ୍ତାର ହାର୍ଡଓୟାର ଓ ସଫ୍ଟଓୟାର କ୍ରୟ କରାଯାଇ ସ୍ଥାପିତ କରାଯାଇଛି l ରେଳ ସୁରକ୍ଷା ବଳର ଏହି ସେଲରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଉଚ୍ଚ ପ୍ରଶିକ୍ଷିତ l

ଏହି ସାଇବର ସେଲ ନିଶ୍ଚିତ ରୂପେ ହାଇ ଟେକ ପଦ୍ଧତି ଓ ଆଇ ଟି ସିଷ୍ଟମ ମାଧ୍ୟମରେ ଭଦ୍ର ମୁଖାଧାରୀ ଅପରାଧୀ ମାନଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଅପରାଧକୁ ଠାବ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସହାୟକ ହେବ ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ସୂଚନା ଦେଇଛନ୍ତି l ବୃଦ୍ଧି ପାଉଥିବା ଅନ ଲାଇନ ଠକେଇକୁ ଧରିବା ପାଇଁ ସୁରକ୍ଷା କର୍ମଚାରୀଙ୍କୁ ଅଧିକ ବୈଷୟିକ ତାଲିମ ଦେବା ଉପରେ, ସେ ଗୁରୁତ୍ୱାରୋପ କରିଥିଲେ l

ଅନଧିକୃତ ସଫ୍ଟଓୟାର / ଆପ୍ଲିକେସନ୍ ଦ୍ୱାରା ସଂରକ୍ଷଣ ପ୍ରଣାଳୀକୁ ବାଇପାସ କରି ଅଗ୍ରିମ ସଂରକ୍ଷଣ ବର୍ଥ କରବାରରେ ସମ୍ପୃକ୍ତ ଅନୈତିକ ଲୋକଙ୍କୁ ଠାବ କରିବାରେ ଏହା ଫଳପ୍ରଦ ହେବ l ଏହି ଲୋକମାନେ ଆତୁର ଯାତ୍ରୀମାନଙ୍କ ଠାରୁ ଅତ୍ୟଧିକ ଉଚ୍ଚ ଦରରେ ଟିକଟ ବିକ୍ରୟ କରିଥାନ୍ତି l ଏହି ସେଲ ରେଳ ପରିସରରୁ ରେଳବାଇ ସାମଗ୍ରୀ ଚୋରି କରିବା, ରେଳ ଫାଟକ ଇତ୍ୟାଦି ଭାଙ୍ଗି ପଳାଇ ଯାଉଥିବା ଅପରାଧୀ ମାନଙ୍କୁ ଧରିବାରେ ସହାୟକ ହେବ l

ମହିଳା ଓ ଶିଶୁଙ୍କ ମାନଙ୍କ ପ୍ରତି ଘଟୁଥିବା ଅପରାଧ, ନିଶା କାରବାର, ରେଲୱେ ଷ୍ଟେସନ, ଟ୍ରେନ ଓ ରେଳ ପରିସରରେ ଘଟିଥିବା ଜଙ୍ଗଲଜାତ ଦ୍ରବ୍ୟର ଚୋରା କରବାର ଇତ୍ୟାଦି ଭଳି ଅପରାଧର ଡାଟା ଅନ୍ୟାନ୍ୟ ଆଇନ ପ୍ରବର୍ତ୍ତନ ସଂସ୍ଥା ମାନଂକୁ ମଧ୍ୟ ଅର୍ପଣ କରି ଦିଆଯିବ l ଏହି ପଦକ୍ଷେପ ନିଶ୍ଚିତ ରୂପେ ରେଳପଥରେ ଅପରାଧ ଘଟିବା ହ୍ରାସ କରି ଯାତ୍ରୀମାନଙ୍କୁ ଅଧିକ ସୁରକ୍ଷିତ ରେଳ ଯାତ୍ରାର ବାତାବରଣ ଉପଲବ୍ଧ କରାଇବା ସହିତ ରେଳବାଇ ସମ୍ପତ୍ତିକୁ ଉନ୍ନତ ନିରାପତ୍ତା ପ୍ରଦାନ କରିବ l

Leave a Reply

Your email address will not be published. Required fields are marked *

Trending

Exit mobile version