ଅପରାଧ

ପୂର୍ବତନ ପୌର ଉପାଧ୍ୟକ୍ଷ ଗିରଫ

Published

on

କେନ୍ଦୁଝର ୬/୪ : ଆନନ୍ଦପୁର ପୂର୍ବତନ ପୌର ଉପାଧ୍ୟକ୍ଷଙ୍କୁ ଗିରଫ କରାଯାଇଛି । ପୌର ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ସମେତ ତାଙ୍କର ଦୁଇ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ଏକ ଗଣ୍ଡଗୋଳ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, କୌଣସି ଏକ କାରଣ ପାଇଁ ପୋଲିସ ସୁରେଶଙ୍କ ସାନ ଭାଇଙ୍କୁ ଗିରଫ କରିଥିଲା । ଏହା ପରେ ସୁରେଶ ଘସିପୁରା ଥାନାରେ ଭାଇକୁ ଛାଡ଼ିବା ପାଇଁ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ପୋଲିସ ତାଙ୍କ ସହିତ ଅନ୍ୟ ଦୁଇ ଭାଇଙ୍କୁ ମଧ୍ୟ ଗିରଫ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version