ଦେଶ ବିଦେଶ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଜୀବନ ସରକାରୀ ସୁବିଧା ଦିଆଯିବ ନାହିଁ : ହାଇକୋର୍ଟ

Published

on

ପାଟନା ୧୯ ।୨ : ପାଟନା ହାଇକୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ବଡ ଫଇସଲା ଶୁଣାଇଛନ୍ତି । ଅଦାଲତ ସ୍ପଷ୍ଟ କରିଛି କି, ରାଜ୍ୟର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଜୀବନ ସରକାରୀ ଆବାସ ଉପଲବ୍ଧ କରାଯିବ ନାହିଁ । ସେଥିପାଇଁ ତାଙ୍କୁ ସରକାରୀ ଘର ଖାଲି କରିବାକୁ ପଡିବ। ହାଇକୋର୍ଟ ନିଜ ନିର୍ଣ୍ଣୟରେ କହିଛନ୍ତି କି, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ସରକାରୀ ଆବାସ ଖାଲି କରିବାକୁ ପଡିବ । ହାଇକୋର୍ଟର ମୁଖ୍ୟ ବିଚାରପତି ଏପି ଶାହିଙ୍କ ବେଂଚ ଏହି ଫଇସଲା ଶୁଣାଇଛନ୍ତି । କୋର୍ଟର ଏହି ନିର୍ଦ୍ଦେଶ ପରେ କେତେକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳିଥିବା ସରକାରୀ ବଙ୍ଗଳା ତାଙ୍କ ଠାରୁ ଛଡାଇ ନିଆଯିବ । ଏହା ବ୍ୟତୀତ ସରକାରୀ ବଙ୍ଗଳାରେ ଅସୀମିତ ଖର୍ଚ୍ଚ କରିବାକୁ ଅସାମ୍ବିଧାନିକ ଘୋଷଣା କରିଦେଇଛି । ଏହା ସହିତ କହିଛି କି, ଜନତାଙ୍କ ଟଙ୍କାରେ ଏବେ ଆରାମ ହୋଇପାରିବନି ।
ସୂଚନାଯୋଗ୍ୟ, ବିହାର ସରକାରଙ୍କ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ଜଗନ୍ନାଥ ମିଶ୍ରା, ଲାଲୁ ପ୍ରସାଦ ଯାଦବ, ରାବଡୀ ଦେବୀ, ଜିତନ ରାମ ମାଂଝୀ ଓ ସତୀଶ ପ୍ରସାଦ ସିଂହକୁ ଆଜୀବନ ସରକାରୀ ଆବାସ ଓ ବାକି ସୁବିଧା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version