ଗଞ୍ଜାମ ୨/୬: ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ହାଣି ହତ୍ୟା କରଯାଇଥିବା ଅଭିଯୋଗ ଆସିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କୈରଡ଼ା ଗାଁରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଜଣେ ଦୁର୍ବୃତ୍ତ ଡ଼ାକ୍ତର ପ୍ରଧାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ପୁରୁଷୋତ୍ତମ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ଜାରି କରିଛି ।