ଅପରାଧ

ପୂର୍ବ ଶତ୍ରୁତା : ଛୁରି ମାରି ପଡୋଶୀଙ୍କୁ ହତ୍ୟା

Published

on

ଜଟଣୀ ୨୨/୨ : ପୂର୍ବ ଶତ୍ରୁତାରୁ ଛୁରି ଭୁସି ହତ୍ୟା କଲା ପଡୋଶୀ ।ଏପରି ଏକ ଜଘନ୍ୟ ଘଟଣା ଜଟଣୀ ଅଂଚଳରେ ଘଟିଛି । ଜଟଣୀ ବିକାଶନଗରରେ ରାକେଶ ତ୍ରିପାଠୀ ନାମକ ଜଣେ ଯୁବକଙ୍କୁ ତାଙ୍କ ପଡୋଶୀ ନିର୍ମମ ଭାବେ ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଟଣୀ ଥାନା ବିକାଶନଗରରେ ରାକେଶ ତ୍ରିପାଠୀଙ୍କୁ ଛୁରୀ ମାରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଆଜି ସକାଳେ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଲାଗିଥିବା କଳହରୁ ବଚସା ହୋଇଥିଲା । ଏହା ଫଳରେ ପଡ଼ୋଶୀ ରାଗି ଯାଇ ଘର ଆଗରେ ଛିଡ଼ା ହୋଇଥିବା ରାକେଶଙ୍କୁ ଛୁରି ମାରି ହତ୍ୟା କରିଥିଲେ । ଏହାପରେ ସେ ଫେରାର ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଖୋଜିବାକୁ ପ୍ରୟାସ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version