ନୂଆଦିଲ୍ଲୀ:ସିବିଆଇର ନବ ନିଯୁକ୍ତ ନିର୍ଦ୍ଦେଶକ ସୁବୋଧ ଜୟସୱାଲଙ୍କ ଫିଟନେସ ପ୍ରତି ଅନେକ ଦୁର୍ବଳତା।
ନିକଟରେ ସିବିଆଇ ଟ୍ରେନିଂ ଏକାଡେମୀ ପରିଦର୍ଶନ ସମୟରେ ସେ ଦେଖିବାକୁ ପାଇଲେ ଅନେକ ପେଟୁଅ ସିବିଆଇ ଇନ୍ସପେକ୍ଟରଙ୍କୁ। ରାଗ ତାଙ୍କର ଚଢ଼ିଗଲା। ପେଟୁଅ ଇନ୍ସପେକ୍ଟରମାନଙ୍କୁ ଫିଟନେସ ଜ୍ଞାନ ଦେବା ସଙ୍ଗେ ସଙ୍ଗେ ସେମାନଙ୍କର ଟ୍ରେନିଂ ସମୟ ବୃଦ୍ଧି କରିଦେଲେ। ପେଟ କମିଲେ ଟ୍ରେନିଂ ଏକାଡେମୀରୁ ଅବ୍ୟାହତ ମିଳିବ ବୋଲି କହିଲେ।